ଆଜି ଦିନ ୧୧ ଟାରେ ପ୍ରଧାନମନ୍ତ୍ରୀଙ୍କ “ମନ୍‌ କି ବାତ୍” କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ୍‌ କି ବାତ୍” କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ଭୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ “ମନ୍‌ କି ବାତ୍” କାର୍ଯ୍ୟକମ୍ରର ଏହା ହେଉଛି ୬୫ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ମୋଦୀ ଗତ ସୋମବାର ଏହି କାର୍ଯ୍ୟକ୍ରମ ପାଇଁ ଜନତାଙ୍କୁ ପରାମର୍ଶ ମାଗିଥିଲେ । ପ୍ରଧାନମନ୍ତ୍ରୀ ଆଜି ଏହି ସମ୍ବୋଧନରେ ଦେଶବାସୀଙ୍କ ଅନ୍‌ଲକ-୧ ବିଷୟରେ କହିପାରନ୍ତି ବୋଲି ଅନୁମାନ କରାଯାଉଛି ।


ସୂଚନାଯୋଗ୍ୟ କରୋନା ମହାମାରୀ ପାଇଁ ସାରା ଦେଶକୁ ଲକ୍ ଡାଉନ କରାଯାଇଥିଲା । କରୋନାର ସ୍ଥିତିକୁ ଦେଖି ଲକ୍ ଡାଉନକୁ ମଧ୍ୟ ପର୍ଯ୍ୟାୟକ୍ରମେ ବଡାଯାଉଥିଲା । ବର୍ତ୍ତମାନ ଦେଶରେ ଲକ୍‌ଡାଉନ୍‌ ୪.୦ ଚାଲୁଛି । ଯାହା ଆଜି ସରୁଛି । ଆସନ୍ତାକାଲିଠାରୁ ଦେଶରେ ଅନ୍‌ଲକ-୧ ଲାଗୁ ହେବ । ଏଣୁ ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ  ଏହି ଅନ୍‌ଲକ-୧ ବିଷୟରେ କହିପାରନ୍ତି ବୋଲି ଅନୁମାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଲକ୍ ଡାଉନ ହେବାପରେ ତୃତୀୟ ଥର ପାଇଁ “ମନ୍‌ କି ବାତ୍” କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସମ୍ଭୋଧନ କରିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ୨୯ ଓ ଏପ୍ରିଲ ୨୬ରେ ମନ୍ କୀ ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସମ୍ଭୋଧନ କରିଥିଲେ ।

Comments are closed.