ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବ୍ୟାପୁଥିବାର ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ। ଟ୍ବିଟ୍ କରି ମୋଦୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍ରେ ଲେଖିଛନ୍ତି ଯେ, ବିଶ୍ଵ ମହାମାରୀ କରୋନା ଭୂତାଣୁର ବଢୁଥିବା ପ୍ରକୋପ ବିଷୟରେ ମୁଁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଶବାସୀଙ୍କ ସହିତ ବାଣ୍ଟିବି। ଆଜି ମାର୍ଚ୍ଚ ୨୪ ରାତି ୮ଟାରେ ସମ୍ବୋଧିତ କରିବି।
ସୂଚନାଯୋଗ୍ୟ, ପୂର୍ବରୁ ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ଏହି ସମୟରେ ମୋଦୀ କରୋନା ଭୂତାଣୁଠାରୁ ସତର୍କ ରହିବା ଏବଂ ଏହା ବିରୋଧରେ ଲଢ଼େଇ କରିବାରେ ଜନତାଙ୍କ ସହଯୋଗ ଲୋଡ଼ିଥିଲେ। ମାର୍ଚ୍ଚ ୨୨ରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଏହା ପରେ ଗତ ରବିବାର ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା।