ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭିଡିଓ କନଫରେନସିଂ ମାଧ୍ୟମରେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଦୀକ୍ଷାନ୍ତ ସମାରୋହ ୨୦୨୦କୁ ସମ୍ବୋଧିତ କରିବେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କର୍ଣ୍ଣାଟକର ରାଜ୍ୟପାଳ ଉପସ୍ଥିତ ରହିବେ। ୧୯୧୬ ମସିହା ଜୁଲାଇ ୨୭ରେ ସ୍ଥାପନ ହୋଇଥିବା ମହୀଶୂର ବିଶ୍ୱବିଦ୍ୟାଳୟ ଦେଶର ଷଷ୍ଠ ଏବଂ କର୍ଣ୍ଣାଟକ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଅଟେ।

Comments are closed.