ତାମିଲନାଡୁକୁ ଧନ୍ୟବାଦ ଦେଲେ ମୋଦୀ

ନୂଆଦିଲ୍ଲୀ:ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଅନୌପଚାରିକ କଥାବାର୍ତ୍ତାର ଆୟୋଜକ ତାମିଲନାଡୁ ସରକାର ଓ ତାମିଲବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି। ତାମିଲନାଡୁ ଭାଇ ଓ ଉଭଣୀଙ୍କର ଆତିଥେୟତା ସର୍ବଦା ସ୍ବତନ୍ତ୍ର ଓ ଅତୁଳନୀୟ ବୋଲି ମୋଦୀ ତାଙ୍କ ଟ୍ବିଟରରେ ଲେଖିଛନ୍ତି। ବୈଠକ ଆୟୋଜନରେ ତାମିଲନାଡୁର ରାଜନୈତିକ ଦଳ ଓ ସାମାଜିକ ସଂସ୍କୃତି ସଂଗଠନର ସହଯୋଗ ପାଇଁ ମଧ୍ୟ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ତାମିଲନାଡୁର ସମୁଦ୍ର ଉପକୂଳ ସହର ମାମଲ୍ଲାପୁରମ (ମହାବଳୀପୁରମ୍‌)ରେ ମୋଦୀ ଓ ଜିନପିଙ୍ଗଙ୍କର ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକ ପାଇଁ ମାମଲ୍ଲାପୁରମ ମନ୍ଦିର ଚତୁଃପାର୍ଶ୍ବରୁ ବ୍ୟବସାୟୀମାନଙ୍କୁ ଦୁଇଦିନ ପାଇଁ ବ୍ୟବସାୟ ବନ୍ଦ କରିବା ସହ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ପାଇଁ ମାଛ ମାରିବା ବାରଣ କରାଯାଇଥିଲା। ଏହି ସମୟରେ ସହରରେ ୫୦୦୦ ସୁରକ୍ଷାକର୍ମୀ ଓ ସମୁଦ୍ରରେ ଯୁଦ୍ଧ ଜାହାଜ ମୁତୟନ କରାଯାଇଥିଲା।

Comments are closed.