କରୋନା ମୁକାବିଲା ନେଇ ଓଡ଼ିଶାର ପ୍ରମୁଖ ଖବରକାଗଜ ସମ୍ପାଦକଙ୍କ ସହ କଥା ହେଲେ ମୋଦୀ

ସମାଜ ପୋର୍ଟାଲ ଡେସ୍କ: କରୋନା ଭାଇରସ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ଖବରକାଗଜ ସମ୍ପାଦକମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ପ୍ରତିନିଧିମାନଙ୍କ ସହ ଏ ନେଇ ଆଲୋଚନା କରିଥିଲେ। କରୋନା ଭାଇରସର ମୁକାବିଲା ପାଇଁ ଅଧିକ ଜଣ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ସହଯୋଗ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଓଡିଶାରୁ ଏହି ଆଲୋଚନାରେ ସମାଜର କାର୍ଯ୍ୟନିର୍ବାହୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ ଓ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ। ଦେଖନ୍ତୁ ଭିଡିଓ (ସୌଜନ୍ୟ – ଡ଼ିଡ଼ି ନ୍ୟୁଜ) –

ଭୁବନେଶ୍ୱର ସ୍ତିତ ଜାତୀୟ ସୂଚନା କେନ୍ଦ୍ର – ଏନ୍‌ଆଇସି କାର୍ଯ୍ୟାଳୟରେ ସମ୍ପୃକ୍ତ ଖବରକାଗଜ ସମ୍ପାଦକମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ। ଆଲୋଚନା ଅବସରରେ କରୋନା ଭୂତାଣୁ ସଂକ୍ରମଣ ବନ୍ଦ କରିବା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସେମାନଙ୍କ ପରାମର୍ଶ ଲୋଡ଼ିଥିଲେ।

Comments are closed.