ପ୍ରଧାନମନ୍ତ୍ରୀ ସେୟାର କଲେ ମୋଟେରା ସୂର୍ଯ୍ୟମନ୍ଦିରର ଭିଡ଼ିଓ; ଲେଖିଲେ ବର୍ଷାରେ କେଡ଼େ ସୁନ୍ଦର ଦିଶୁଛି

ଗୁଜରାଟ : ଗୁଜରାଟରେ ଲଗାତାର ବର୍ଷା ହେତୁ ନଦୀଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି। ବିଭିନ୍ନ ସ୍ଥାନ ଜଳମଗ୍ନ  ହୋଇଛି। ତେବେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଗୁଜରାଟରେ ଥିବା ମୋଟେରା ସୂର୍ଯ୍ୟ ମନ୍ଦିରର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ବର୍ଷାରେ ସୂର୍ଯ୍ୟ ମନ୍ଦିର ଅତ୍ୟନ୍ତ ମନୋଲୋଭା ଦିଶୁଛି।
ମୋଟେରାରେ ଥିବା ସୂର୍ଯ୍ୟ ମନ୍ଦିରର ଭିଡିଓ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ବର୍ଷାରେ ମୋଟେରାର ଆଇକନ୍ ସୂର୍ଯ୍ୟ ମନ୍ଦିର ଅତି ଚମତ୍କାର ଦିଶୁଛି। ଥରେ ଏହା ଉପରେ ଦୃଷ୍ଟି ପକାନ୍ତୁ।

ଉଲ୍ଲେଖ ଯୋଗ୍ୟ, ଗୁଜରାଟର ଅନେକ ଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟର ଅନେକ ଜିଲ୍ଲାର ଡ୍ୟାମରେ ଜଳ ସ୍ତର ବୃଦ୍ଧି ପାଇଛି।

Comments are closed.