ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବଂ ଯୋଗାଯୋଗ ସୁବିଧା ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ

‘ମହାବାହୁ-ବ୍ରହ୍ମପୁତ୍ର’ ଜଳମାର୍ଗ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ : ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବଂ ଯୋଗାଯୋଗ ସୁବିଧା ବୃଦ୍ଧି ସରକାରଙ୍କ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆସାମର ବିକାଶ ହେଉଛି କେନ୍ଦ୍ର ସରକାରଙ୍କ ପ୍ରାଥମିକତା ଏବଂ ସରକାର ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଉତ୍ତର ପୂର୍ବ ଅଞ୍ଚଳକୁ ଆତ୍ମନିର୍ଭର ଭାରତର ଏକ ଦୃଢ ସ୍ତମ୍ଭ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ । ଆଜି ପ୍ରଧାନମନ୍ତ୍ରୀ ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ ଜଳମାର୍ଗ ଯୋଜନାର ଶୁଭାରମ୍ଭ କରିଛନ୍ତି । ଧୁବ୍ରୀ-ଫୁଲ୍‍ବାଡ଼ି ଓ ମଜୁଲୀ ସେତୁ ପାଇଁ ସେ ଭୂମିପୂଜନ କରିଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, କ୍ରୀଡ଼ା, ଜାହାଜ ଚଳାଚଳ ଓ ଜଳପଥମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଆସାମା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସଙ୍ଗମା ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ।
ଏହି ପ୍ରକଳ୍ପ ଦ୍ୱାରା ଉଭୟ ଆସାମ ଓ ମେଘାଳୟ ମଧ୍ୟରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ହେବା ସହ ଦୁଇରାଜ୍ୟର ଅଧିକାଂଶ ଲୋକ ଉପକୃତ ହେବେ । ‘ମହାବାହୁ-ବ୍ରହ୍ମପୁତ୍ର’ ଜଳମାର୍ଗ ଯୋଜନାର ଶୁଭାରମ୍ଭ ସହ ନିୟମାତି ଘାଟ ଓ ମଜୁଲୀ ମଧ୍ୟରେ ରୋ-ପାକ୍ସ ଭେସଲ୍‍ ଚଳାଚଳ ଆରମ୍ଭ ହେବ ।

Comments are closed.