ମୋଦୀଙ୍କ ପସନ୍ଦ ଗ୍ରାହକ କୈନ୍ଦ୍ରିକ ସେବା

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ଥରୀୟ ବୈଠକରେ ଶକ୍ତି କ୍ଷେତ୍ରର ବିଭିନ୍ନ କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏଥିରେ ମଧ୍ୟ କୋଭିଡ-୧୯ର ପ୍ରଭାବ ନେଇ ସମୀକ୍ଷା କରାଯାଇଛି। ଶକ୍ତି କ୍ଷେତ୍ରର ସ୍ଥିରତା, ନମନୀୟତା ଏବଂ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ଦୀର୍ଘକାଳୀନ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ବ୍ୟବସାୟର ସରଳତା, ଅକ୍ଷୟ ଶକ୍ତିର ପ୍ରସାର, କୋଇଲା ଯୋଗାଣରେ ସୁବିଧା, ସରକାରୀ-ବେସରକାରୀ ସହଭାଗୀତାର ଭୂମିକା ଏବଂ ଶକ୍ତି କ୍ଷେତ୍ରରେ ନିବେଶ ବୃଦ୍ଧି ଦ୍ୱାରା ଶକ୍ତି କ୍ଷେତ୍ର ବିକାଶ ହୋଇପାରିବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ଶକ୍ତି କ୍ଷେତ୍ରର ଭୂମିକା ରହିଥିବା କହିଛନ୍ତି। ମୋଦୀ ଗ୍ରାହକ କୈନ୍ଦ୍ରିକ ସେବା ପାଇଁ ପଦକ୍ଷେପ ନେବା ଉପରେ ଜୋର ଦେଇଛନ୍ତି ଏବଂ ସମସ୍ତ ଗ୍ରାହକଙ୍କୁ ଅହର୍ନିଶି ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଠିକ ଶୁଳ୍କ ଏବଂ ଠିକ ସମୟରେ ସବସିଡି ପ୍ରଦାନ କରିବା ତଥା ବିତରଣ କମ୍ପାନୀଗୁଡିକର କାର୍ଯ୍ୟ ଦକ୍ଷତା ବୃଦ୍ଧି ଉପରେ ମୋଦୀ ଗୁରୁତ୍ୱ ଦେଇଛନ୍ତି।

Comments are closed.