MEllora 950×100

ପୁଣିଥରେ ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାର ମାନ୍ୟତା ଲାଭ କରିଛନ୍ତି । ତାଙ୍କୁ ୭୭ ପ୍ରତିଶତ ରେଟିଂ  ମିଳିଛି।  ଆମେରିକୀୟ କମ୍ପାନୀ ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା ବିଶ୍ୱ ନେତାଙ୍କ ଲୋକପ୍ରିୟତା ବିଷୟରେ ପ୍ରକାଶିତ ମାନ୍ୟତାରେ ଏହା ପ୍ରକାଶ ପାଇଛି । ମୋଦୀଙ୍କ ପଛକୁ ଦ୍ୱିତୀୟ ଲୋକପ୍ରିୟ ନେତା ଭାବରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସ୍ ତୃତୀୟ ଲୋକପ୍ରିୟ ନେତା ଭାବରେ ମନୋନୀତ ହୋଇଛନ୍ତି। ଲୋକପ୍ରିୟତା ମୂଲ୍ୟାୟନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନବମ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ୨୨ ତମ ସ୍ଥାନରେ ଅଛନ୍ତି ।

ନେତାଙ୍କ ଏହି ଲୋକପ୍ରିୟତା ମୂଲ୍ୟାୟନ ଚଳିତ ମାସର ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ସର୍ଭେ ଫଳାଫଳ ଉପରେ ଆଧାରିତ। ଏହି ସର୍ଭେ ପ୍ରତ୍ୟେକ ଦେଶର ବୟସ୍କ ବାସିନ୍ଦାଙ୍କୁ ନେଇ ସାତ ଦିନ ପାଇଁ ସର୍ଭେ କରିଥିଲା। ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କ ମାନ୍ୟତାର ଶୀର୍ଷରେ ଥିଲେ।

Comments are closed.