ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ରୋମ: ସଂପ୍ରତି ଦୁଇ ଦିନିଆ ଇଟାଲି ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାଟିକାନ ସିଟି ଯାଇ ପୋପ୍‍ ଫ୍ରାନସିସଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଏନଏସଏ ଅଜିତ ଡୋଭଲ ଏବଂ ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ଥିଲେ । ପ୍ରତିନିଧିସ୍ତରୀୟ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ପୋପଙ୍କୁ ଏକାକି ସାକ୍ଷାତ କରି ତାଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପୋପଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ଜଣାଇଥିଲେ । ଉଭୟ ପକ୍ଷ ମଧ୍ୟରେ ବିଶ୍ୱରେ ଗୁରୁତ୍ୱ ବହନ କରୁଥିବା କୋଭିଡ-୧୯ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି ଭାଟିକାନ ସିଟି ଷ୍ଟେଟର ବୈଦେଶିକ ମନ୍ତ୍ରୀ କାର୍ଡିନା ପିତ୍ରୋ ପାରୋଲିନଙ୍କୁ ସାକ୍ଷାତ କରିଥିଲେ । ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭାଟିକାନ ସିଟି ଆଲୋଚନା ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଧାର୍ଯ୍ୟ କରିନଥିଲା । ଏହା ଉଭୟ ପକ୍ଷର ସ୍ୱାର୍ଥ ସମ୍ବଳିତ ଏକାଧିକ ବିଷୟରେ ଆଲୋଚନା କରିବାକୁ ସୁଯୋଗ ଦେଇଥିଲା ।

Comments are closed.