ନୋବେଲ ବିଜେତା ଅଭିଜିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କୁ ଭେଟିଛନ୍ତି। ଏ ସମ୍ପର୍କରେ ମୋଦୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ମୋଦୀ ଲେଖିଛନ୍ତି, ଅଭିଜିତ ବାନାର୍ଜୀଙ୍କ ସହିତ ଉତ୍ତମ ବୈଠକ ହେଲା। ମାନବ ସଶକ୍ତୀକରଣ ପ୍ରତି ତାଙ୍କର ଆବେଗ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଆମେ ଅନେକ ପ୍ରସଙ୍ଗ ଉପରେ ବ୍ୟାପକ ଭାବେ ଆଲୋଚନା କରିଛୁ। ତାଙ୍କ ସଫଳତା ପାଇଁ ଭାରତ ଗର୍ବ ଅନୁଭବ ଅନୁଭବ କରୁଛି। ତାଙ୍କର ଭବିଷ୍ୟତର ପ୍ରଚେଷ୍ଟା ପାଇଁ ଶୁଭକାମନା ବୋଲି ମୋଦୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି।

ସେହିପରି ଅଭିଜିତ ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକକୁ ଏକ ସ୍ବତନ୍ତ୍ର ଅନୁଭବ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ତାଙ୍କୁ ସମୟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ବିଷୟରେ ପ୍ରଧାନମନ୍ତ୍ରୀ ଯାହା ସବୁ ଚିନ୍ତା କରୁଛନ୍ତି ସେ ବିଷୟରେ ବହୁତ ଆଲୋଚନା କରିଛୁ। ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ସ୍ବତନ୍ତ୍ର।

Comments are closed.