ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ମୋଦୀ, ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୂଚନା ଦେଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଜାତୀୟ ତଥା ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କୁ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ଦିନ ଲଦାଖକୁ ଅଚାନକ ଗସ୍ତ କରିଥିଲେ ଏବଂ ଚୀନ୍ ସହିତ ଚାଲିଥିବା ସୀମା ତିକ୍ତତା ସମ୍ପର୍କରେ ନିମୁରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସୂଚନା ଦେଇଥିଲେ। ତାଙ୍କ ସହ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ଆର୍ମି ଚିଫ୍ ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ ମଧ୍ୟ ଉପସ୍ଥିତ ଥିଲେ।

Comments are closed.