ବାଂଲାଦେଶର ସହଯୋଗୀ ଦଳଙ୍କୁ ଭେଟିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ବାଂଲାଦେଶ ଗସ୍ତର ଏକ ଅଂଶ ଭାବରେ ସେଠାକାର ୧୪ଟି ଦଳକୁ ନେଇ ଗଠିତ ମିଳିତ ମଞ୍ଚର ରାଜନୈତିକ ନେତାମାନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ କାଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ସହ ଦ୍ୱିପାକ୍ଷିକ ସମ୍ପର୍କ ଜଡିତ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଆଲୋଚନା ହୋଇଛି।


ଦୁଇ ଦିନିଆ ଗସ୍ତରେ ବାଂଲାଦେଶର ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ତଥା ‘ବଙ୍ଗବନ୍ଧୁ’ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିଛନ୍ତି। ତାଙ୍କୁ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା ହଜରତ ଶାହାଜଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱାଗତ କରିଥିଲେ ଓ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

Comments are closed.