‘ଆତ୍ମନିର୍ଭର ଭାରତ’ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

’ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା’ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୁଧବାର ଅନେକ ଯୋଜନାକୁ ଅନୁମୋଦନ ଦେଇଛି । ଆତ୍ମ ନିର୍ଭର ଭାରତ ପ୍ୟାକେଜ୍ ଠାରୁ ଆରମ୍ଭ କରି ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗୁଡିକ ପାଇଁ ଏକ ନୂତନ ଯୋଜନା ପ୍ରବର୍ତ୍ତନ ପର୍ଯ୍ୟନ୍ତ ଏଥିରେ ସବୁକିଛି ଅନ୍ତର୍ଭୁକ୍ତ । ଏହି ପତ୍ର ସୂଚନା ବ୍ୟୁରୋ (ପିଆଇବି) ର ମହାନିର୍ଦ୍ଦେଶକ କେ.ଏସ୍ ଧତୱାଲିଆ ଏହି ସୂଚନା ପ୍ରଦାନ କରିଛନ୍ତି ।

ଧତୱାଲିଆ କହିଛନ୍ତି ଯେ ’ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା’କୁ ୩୧ ମାର୍ଚ୍ଚ ୨୦୨୩ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ପୂର୍ବରୁ ଏହି ଯୋଜନାର ଅବଧି ୩୧ମାର୍ଚ୍ଚ ୨୦୨୦ ପର୍ୟ୍ୟନ୍ତ ଥିଲା । ଏହି ଯୋଜନା ଅଧୀନରେ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଏବଂ ବରିଷ୍ଠ ନାଗରିକଙ୍କ କଲ୍ୟାଣ ହୋଇଥାଏ। ସେ କହିଛନ୍ତି ଯେ ଜରୁରୀକାଳୀନ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ଯୋଗ୍ୟ ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଏବଂ ଋଣ ନେବାକୁ ଆଗ୍ରହୀ ମୁଦ୍ରା ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ କ୍ୟାବିନେଟ୍ ଅତିରିକ୍ତ ତିନି ଲକ୍ଷ କୋଟି ଟଙ୍କା ଅନୁମୋଦନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏନବିଏଫସିଏସ/ ଏଚଏଫସିଏସର ଲିକ୍ବିଡିଟି ସ୍ଥିତିକୁ ସୁଦୃଢ କରିବା ପାଇଁ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏନବିଏଫସିଏସ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ ପାଇଁ ଏକ ନୂତନ ସ୍ୱତନ୍ତ୍ର ଲିକ୍ବିଡିଟି ଯୋଜନା ଆରମ୍ଭ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି ।

ମାଇକ୍ରୋ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକ ନିମନ୍ତେ ଏକ ନୂତନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଗଠନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ମାଧ୍ୟମରେ ଅସଂଗଠିତ କ୍ଷେତ୍ର ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

Comments are closed.