ରୂପିନ୍ଦର ପାଲ୍‍ ସିଂହ ଓ ବିରେନ୍ଦ୍ର ଲାକ୍ରାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀଙ୍କ ପତ୍ର

ନୂଆଦିଲ୍ଲୀ :  ଭାରତର ପ୍ରସିଦ୍ଧ ହକି ଖେଳାଳୀ ରୂପିନ୍ଦର ପାଲ୍‍ ସିଂହ ଓ  ବିରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ହକି ପ୍ରତି ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟଙ୍କୁ ପ୍ରଶଂସା କରିଛନ୍ତି । ଉଭୟଙ୍କୁ ଚିଠି ଲେଖି ଶ୍ରୀ ମୋଦୀ କହିଛନ୍ତି ରୂପିନ୍ଦର ପାଲ୍‍ ସିଂହ ଓ ବିରେନ୍ଦ୍ର ଲାକ୍ରା କରିଥିବା ପୋଷ୍ଟ୍‍କୁ ସେ ପଢ଼ିଛନ୍ତି, ଯେଉଁଥିରେ ଉଭୟ ଭାରତୀୟ ହକି ଦଳରୁ ଅବସର ନେବା ବିଷୟ ଘୋଷଣା କରିଛନ୍ତି ।

ଟୋକିଓ ଅଲମ୍ପିକ୍ସରେ ସେମାନଙ୍କର ଅଭୂତପୂର୍ବ କ୍ରୀଡ଼ା କୌଶଳ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ
ପଦକ ଭାରତୀୟ ହକି ପାଇଁ ଏକ ଗୌରବର ମୁହୂର୍ତ୍ତ ଥିଲା । ରୂପିନ୍ଦର ପାଲ୍‍ ସିଂହ ୨୦୨୩ ଅଗଷ୍ଟ ସୁଦ୍ଧା ଦେଶର ବିଭିନ୍ନ ସ୍କୁଲ୍‍ କୁ ଗସ୍ତ କରି କ୍ରୀଡ଼ାକୁ ଲୋକପ୍ରିୟ କରାଇବା ଓ ପୁଷ୍ଟିହୀନତାକୁ ଦୂର କରିବା ସଂକ୍ରାନ୍ତରେ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟ୍‍ କରି ଶ୍ରୀ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାଖରୁ ଚିଠି ପାଇ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି । କ୍ରୀଡ଼ା କ୍ଷେତ୍ରକୁ ପ୍ରଧାନମନ୍ତ୍ରୀ ନିରନ୍ତର ସମର୍ଥନ କରିବା ଦ୍ୱାରା ଦେଶର କ୍ରୀଡ଼ାବିତ୍‍ ମାନେ ଅନୁପ୍ରାଣୀତ ହେଉଛନ୍ତି ବୋଲି ସେ କହିଛନ୍ତି ।

Comments are closed.