ପାକିସ୍ତାନର ଧାର୍ମିକ ସଂଖ୍ୟାଲଘୁଙ୍କୁ ସହାୟତା ଯୋଗାଇଦେବା ଆମର କର୍ତ୍ତବ୍ୟ : ମୋଦୀ

ଟୁମ୍କୁର୍ : ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ କଟୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନ ସବୁବେଳେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିର୍ଯାତନା ଦେଇ ଆସୁଥିବା ବେଳେ, ସେହି ସଂଖ୍ୟାଲଘୁମାନଙ୍କୁ ସହାୟତା ଯୋଗାଇଦେବା ଆମର କର୍ତ୍ତବ୍ୟ।
କର୍ଣ୍ଣାଟକର ଟୁମ୍କୁର୍ଠାରେ ଗୁରୁବାର ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଧର୍ମକୁ ଆଧାର କରି ପାକିସ୍ତାନ ପ୍ରତିଷ୍ଠା ହୋଇଥିବା ବେଳେ, ସେଠାରେ ରହିଯାଇଥିବା ଧାର୍ମିକ ସଂଖ୍ୟାଲଘୁ ଜନସାଧାରଣ ନିର୍ଯ୍ୟାତନାର ଶୀକାର ହେଉଛନ୍ତି । ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନର ଏଭଳି ଅତ୍ୟାଚାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ହେବା ଉଚିତ୍ ।