୧ଲକ୍ଷ ୭୧ ହଜାର ହିତାଧିକାରୀଙ୍କୁ ଜମି ପଟ୍ଟା ବାଣ୍ଟିବେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶର ୧ଲକ୍ଷ ୭୧ ହଜାର ହିତାଧିକାରୀଙ୍କୁ ଆସନ୍ତାକାଲି ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମି ପଟ୍ଟା ବଣ୍ଟନ କରିବେ। ହର୍ଦାଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ଜମି ପଟ୍ଟାଗୁଡ଼ିକୁ ବଣ୍ଟନ କରାଯିବ। ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ପିଏମ୍‍- ସ୍ୱାମୀତ୍ୱ ଯୋଜନା ଅଧୀନରେ ଏହି ଜମିପଟ୍ଟାଗୁଡ଼ିକୁ ହିତାଧିକାରୀମାନଙ୍କୁ ବଣ୍ଟନ କରିବେ। ରାଜ୍ୟର ଜନକଲ୍ୟାଣ ଓ ସୁରାଜ ଅଭିଯାନ ଅଧୀନରେ ୧୯ଟି ଜିଲ୍ଲାର ୩ ହଜାର ଗ୍ରାମବାସୀଙ୍କୁ ଜମିପଟ୍ଟା ବଣ୍ଟନ କରାଯିବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦବୋଧନ ଦେବେ। ରାଜ୍ୟର ରାଜସ୍ୱମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ୍‍ କହିଛନ୍ତି
ହିତାଧିକାରୀମାନଙ୍କୁ ବିଭିନ୍ନ ଯୋଜନାର ସର୍ବାଧିକ ଲାଭ ପହଞ୍ଚାଇବା ଲକ୍ଷ୍ୟରେ ସାଂପ୍ରତିକ ଆବଶ୍ୟକତା ଅନୁଯାୟୀ ସର୍ବେକ୍ଷଣ ପ୍ରକ୍ରିୟାକୁ ସରଳ କରାଯାଇଛି।

Comments are closed.