ପ୍ରଧାନମନ୍ତ୍ରୀ ମୋଦୀ ନେଲେ ଦ୍ୱିତୀୟ ଡୋଜ୍‌ କୋଭିଡ୍‌-୧୯ ଟିକା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟୀକା ନେଇଛନ୍ତି। ସେ ପ୍ରଥମ ଡୋଜ୍‌ ନେବାର ୩୭ ଦିନ ପରେ ଆଜି ଦିଲ୍ଲୀ ଏମସରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ପ୍ରଧାନମନ୍ତ୍ରୀ ସେହି ଟୀକା ନେବା ସମୟର ଏକ ଫଟୋ ସେୟାର୍‌ କରିବା ସହ ଲେଖିଛନ୍ତି, ଆଜି ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଲି। ଆପଣ ଯଦି ଟିକା ନେବାକୁ ଯୋଗ୍ୟ, ତୁରନ୍ତ ଟିକା ନିଅନ୍ତୁ। CoWin.gov.inରେ ନାମ ପଞ୍ଜିକରଣ କରନ୍ତୁ।


ସୂଚନା ଅନୁଯାୟୀ, ପୁଡୁଚେରୀର ପି. ନିବେଦିତା ଏବଂ ପଞ୍ଜାବର ନିଶା ଶର୍ମା ନାମକ ୨ ଜଣ ନର୍ସ ପ୍ରଧାନମନ୍ତ୍ରୀଙ୍କୁ ଏହି ଦ୍ୱିତୀୟ ଡୋଜ୍‌ ଟିକା ଦେଇଛନ୍ତି। ମାର୍ଚ୍ଚ ପହିଲାରେ ଶ୍ରୀ ମୋଦୀ ଦେଶରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ହିତାଧିକାରୀ ଥିଲେ।

Comments are closed.