ପ୍ରଧାନମନ୍ତ୍ରୀଙ୍କୁ ‘ଡେଙ୍ଗୁ ମଶା’ କହିଲେ ସୋଲାପୁର ବିଧାୟିକା

0

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ରର କଂଗ୍ରେସ ବିଧାୟିକା ପ୍ରଣିତୀ ସିନେ୍ଧ। ଦକ୍ଷିଣ ସୋଲାପୁର ବିଧାୟିକା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନେ୍ଧଙ୍କ ଝିଅ ପ୍ରଣିତୀ ଏକ ସାଧାରଣ ସଭାରେ ମୋଦୀଙ୍କୁ ‘ଡେଙ୍ଗୁ ମଶା’ ବୋଲି ଆକ୍ଷେପ କରିଛନ୍ତି। ପ୍ରଣିତି କହିଛନ୍ତି ଯେ ‘ଆମେ ଦେଶରେ ଏବେ ମୋଦୀ ବାବା ନାମରେ ଏକ ଡେଙ୍ଗୁ ମଶା ଦେଖୁଛୁ। ଏହି ମଶା ସଂସ୍ପର୍ଶରେ ଯିଏ ଆସୁଛନ୍ତି ଅସୁସ୍ଥ ହୋଇପଡ଼ୁଛନ୍ତି। ଏହି ମଶାକୁ ହଟାଇବା ପାଇଁ ଯିଏ ଯାହା ପାରୁଛ କର; ବିଶାକ୍ତ ଔଷଧ ସିଞ୍ଚ, ଆସନ୍ତା ଥରକୁ କ୍ଷମତାରୁ ତଡ଼ି ଦିଅ।’ ସେହିପରି ସ୍ଥାନୀୟ ବିଜେପି ସାଂସଦ ଶରଦ ବନସୋଡଙ୍କୁ ସେ ‘ମଦୁଆ’ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ରେ ମୋଦୀ କଂଗ୍ରେସକୁ ‘ଉଇ’ ସହିତ ତୁଳନା କରିଥିଲେ। ଶରଦ ପୱାର ଏକଦା ଶିବସେନାକୁ ‘ଦୋମୁଣ୍ଡିଆ ଜିଆ’ ସହିତ ତୁଳନା କରିଥିଲେ।

Leave A Reply