୨୦୨୦-୨୧ କେନ୍ଦ୍ର ବଜେଟ୍‍ ଲାଗି ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦-୨୧ କେନ୍ଦ୍ର ବଜେଟ୍‍ ଲାଗି ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି । ଟ୍ୱିଟ୍‍ କରି ଶ୍ରୀ ମୋଦି କହିଛନ୍ତି ଜନସାଧାରଣ ଏଥିଲାଗି ନିଜର ମତାମତ ଏବଂ ପରାମର୍ଶ Mygov.in ରେ ଦେଇପାରିବେ। ସେ କହିଛନ୍ତି କେନ୍ଦ୍ରୀୟ ବଜେଟ୍‍ ହେଉଛି ୧୩୦ କୋଟି ଭାରତୀୟଙ୍କର ଆଶା ଓ ଆକାଂକ୍ଷା। ଏହା ମଧ୍ୟ
ଭାରତର ବିକାଶର ମାର୍ଗ ଦେଖାଇବ ବୋଲି ଶ୍ରୀ ମୋଦି କହିଛନ୍ତି।


ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟ୍‍ ଲାଗି କୃଷି, ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ର ନିମନ୍ତେ ଜନସାଧାରଣଙ୍କ ନିକଟରୁ ମତାମତ ଲୋଡ଼ା ଯାହାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କ ସହିତ ଏଥିଲାଗି ପ୍ରାକ୍‍ ବଜେଟ୍‍ ପରାମର୍ଶ କରିସାରିଛନ୍ତି।

ଆସନ୍ତାମାସ ପ୍ରଥମ ସପ୍ତାହରେ ଏହି କେନ୍ଦ୍ରୀୟ ବଜେଟ  ସଂସଦରେ ଉପସ୍ଥାପିତ ହେବାର ଆଶ। କରାଯାଉଛି।

Comments are closed.