ଦୁର୍ବିପାକ ନିରୋଧି ମୌଳିକଢାଞ୍ଚା ବିକାଶରେ ସହାୟକ ହେବାକୁ ଆହ୍ୱାନ ଦେଲେ ମୋଦୀ

ନୂଆଦିଲ୍ଲୀ/ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ବିପାକ ନିରୋଧି ମୌଳିକଢାଞ୍ଚା ସଂକ୍ରାନ୍ତ ଅନ୍ତର୍ଜାତୀୟ ମେଣ୍ଟରେ ଯୋଗ ଦେବାପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନିମନ୍ତ୍ରଣ ଜଣାଇଛନ୍ତି। ବୈଦେଶିକ ମୁଖପାତ୍ର ରବୀଶ୍‍ କୁମାର ଟ୍ୱିଟ୍‍ କରି କହିଛନ୍ତି, ଉଚ୍ଚମାନର ମୌଳିକଢାଞ୍ଚା, ପୁଞ୍ଜିନିବେଶ ଓ ଉନ୍ନୟନ ସହଯୋଗ ସଂକ୍ରାନ୍ତ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦୁର୍ବିପାକ ନିରୋଧି ମୌଳିକଢାଞ୍ଚା କେବଳ ବିକାଶରେ ସହାୟକ ହେବ ସେକଥା ନୁହେଁ, ଏହା ପ୍ରାକୃତିକ ଦୁର୍ବିପାକ ମୁକାବିଲା କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ।

ଏହି ମେଣ୍ଟରେ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା ଓ ବିଶେଷ ଜ୍ଞାନକୌଶଳର ଆଦାନ ପ୍ରଦାନ କରିବାକୁ ମୋଦି ଆହ୍ୱାନ ଜଣାଇଛନ୍ତି। ଦୁର୍ବିପାକ ପରେ ଛୋଟ ଛୋଟ ଦେଶଗୁଡ଼ିକୁ ସାହାଯ୍ୟ କିରବାପାଇଁ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଜି-୨୦ ଶୀର୍ଷ ବୈଠକରେ ମଧ୍ୟ ମୋଦି ଏହି ପ୍ରସ୍ତାବ ଦେଇଥିଲେ।

Comments are closed.