କଲ୍ୟାଣକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଜେପି କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ସରକାରଙ୍କର କଲ୍ୟାଣ ମୂଳକ ଯୋଜନାଗୁଡ଼ିକର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀର ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଗୁରୁବାର ଆଲୋଚନା କରିଛନ୍ତି।

ସେ କହିଛନ୍ତି, ବିକାଶମୂଳକ କାର୍ଯ୍ୟଗୁଡ଼ିକର ରୂପାୟନ ଦିଗରେ ପାର୍ଟି କର୍ମୀମାନେ ଯେଉଁଭଳି ଭାବେ କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ସେ ସନ୍ତୋଷ ଓ ଗର୍ବ ଅନୁଭବ କରୁଛନ୍ତି । ସ୍ୱଚ୍ଛତା ସଂକ୍ରାନ୍ତ କର୍ମୀମାନଙ୍କର କିଛି ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତା କେବଳ ଏକ ପ୍ରକଳ୍ପ ନୁହେଁ କିମ୍ବା ଏହା ପ୍ରତିକାତ୍ମକ ଭାବେ କରାଯାଉ ନାହିଁ । ଆୟୁଷ୍ମାନ୍‍ ଭାରତ ଯୋଜନା ବିଷୟରେ ସେ କହିଛନ୍ତି, ଏହି ଯୋଜନା ଲୋକମାନଙ୍କ ଜୀବନରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଛି। କେବଳ ବାରାଣସୀରୁ ୧୭ହଜାର ଲୋକ ଯୋଜନାରୁ ଲାଭାନ୍ୱିତ ହୋଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦୀ ଦେଶର ଜନସାଧାରଣଙ୍କୁ ଦୀପାବଳୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.