ଟିକା ଉତ୍ପାଦନକାରୀ କମ୍ପାନୀ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ କୋଭିଡ୍‍  ପ୍ରତିଷେଧକ ଟିକା ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକ ସହ ଆଲୋଚନା କରିଛନ୍ତି । ଏହି କଥାବାର୍ତ୍ତା ସମୟରେ ପ୍ରତିଷେଧକ ଟିକା ଉତ୍ପାଦନ ଅଭିଜ୍ଞତା ଓ ଗବେଷଣାକୁ ଆଗେଇ ନେବା ବିଷୟରେ ଆଲୋଚନା କରାଯାଇଛି ।
ଦେଶରେ ୧୦୦ କୋଟିରୁ ଅଧିକ କୋଭିଡ୍‍ ପ୍ରତିଷେଧକ ଟିକା ଦିଆଯାଇଥିବା ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି । ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ସେରମ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆକୁ ଗସ୍ତ କରି କୋଭିଡ୍‍ ପ୍ରତିଷେଧକ ଉତ୍ପାଦନ ଓ ବଣ୍ଟନ ପ୍ରକ୍ରିୟାର ତଦାରଖ କରିଥିଲେ । ସେରମ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ, ଅଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କୋଭିସିଲ୍ଡ ପ୍ରତିଷେଧକ ଟିକା ଉତ୍ପାଦନ କରୁଛି । ଶ୍ରୀ ମୋଦୀ ମଧ୍ୟ ଗତବର୍ଷ ହାଇଦ୍ରାବାଦରେ ଭାରତ ବାୟୋଟେକ୍ କାରଖାନାକୁ ଗସ୍ତ କରିଥିଲେ। ସେ ଅହମ୍ମଦାବାଦର ଜାଇଡସ୍‍ କ୍ୟାଡିଲା ଔଷଧ ଉତ୍ପାଦନ କାରଖାନା ଗସ୍ତ କରି ସେଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ । ଦେଶରେ ୧୦୦ କୋଟିରୁ ଅଧିକ କୋଭିଡ୍‍ ପ୍ରତିଷେଧକ ଟିକା ଦିଆଯିବା ପରେ ବିଶ୍ୱ ନେତୃବୃନ୍ଦ ଏଥିପାଇଁ ଭାରତକୁ
ଅଭିନନ୍ଦନ ଜଣାଇଛନ୍ତି । ଏହାଦ୍ୱାରା ଆମେ ଖୁବ୍‍ ଶୀଘ୍ର କୋଭିଡ୍‍ର ମୂଳୋତ୍ପାଟନ କରିପାରିବା ଓ ସମସ୍ତଙ୍କୁ ପ୍ରତିଷେଧକ ଟିକା ଯୋଗାଇବାରେ ସଫଳ ହେବା ବୋଲି ସେମାନେ କହିଛନ୍ତି ।

Comments are closed.