‘କେମ୍‍ ଛୋ’- ‘ମଜା ମା ଛୋ’

ରୋମ: ‘ନରେନ୍ଦ୍ର ଭାଇ କେମ୍‍ ଛୋ’ (ଆପଣ କେମିତି ଅଛନ୍ତି), ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଲେ ‘ମଜା ମା ଛୋ’, ଅର୍ଥାତ ମୁଁ ଭଲରେ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂପ୍ରତି ଦୁଇଦିନଆ ଇଟାଲି ଗସ୍ତରେ ଥିବାବେଳେ ସେ ପିଆଜା ଗାନ୍ଧୀ ଗସ୍ତ କରିବା ଅବସରରେ ସେଠାରେ ଥିବା ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଜଣେ ଉଲ୍ଲସିତ ଭାରତୀୟ ତାଙ୍କୁ ପଚାରିଥିଲେ, ‘ନରେନ୍ଦ୍ର ଭାଇ କେମ୍‍ ଛୋ?’ ଏହାର ଉତ୍ତରରେ ଶ୍ରୀ ମୋଦି କହିଥିଲେ, ‘ମଜା ମା ଛୋ’ । ଏହି ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ରୋଚକ ବିଷୟ ପାଲଟିଛି । ଭାରତୀୟଙ୍କ ସମେତ ବିଦେଶୀମାନେ ପ୍ରଧାନମନ୍ତ୍ରୀଙ୍କୁ ସଂସ୍କୃତ ଶ୍ଳୋକ ଗାନକରି ସ୍ୱାଗତ କରିବା ସମୟରେ ଶ୍ରୀ ମୋଦି ହାତଯୋଡି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଉପସ୍ଥିତ ଜନତାଙ୍କ ସହିତ ‘ଓଁ ନମଃ ଶିବାୟ’ ଉଚ୍ଚାରଣ କରିଥିଲେ । ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଗୁଜରାଟି ଭାଷାରେ ଯୋଗ ଓ ଆୟୁର୍ବେଦ ଉପରେ ନିଜର କାର୍ଯ୍ୟ ସମ୍ପର୍କରେ କହିବା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ମାତୃଭାଷାରେ ତାହାର ଉତ୍ତର ରଖିଥିଲେ ।

Comments are closed.