ମୋଦୀଙ୍କ ଦୃଢୋକ୍ତି – ପଶ୍ଚିମବଙ୍ଗର ବିକାଶ ପାଇଁ ଆମେ ବଦ୍ଧପରିକର

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ରବିବାର ସକାଳେ କୋଲାକାତାଠାରେ ଆୟୋଜିତ ଏକ ଉତ୍ସବରେ ଉଦବୋଧନ ଦେଇ ସେ କହିଛନ୍ତି, ରାଜ୍ୟର ନୀତି ପ୍ରଣୟନକାରୀଙ୍କ ମନରେ ସଦ୍‍ଭାବନା ଜାଗ୍ରତ ହେବା ଉଚିତ୍‍, ଯାହାଦ୍ୱାରା ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା କାର୍ଯ୍ୟକାରୀ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏହିସବୁ ଯୋଜନା କାର୍ଯ୍ୟକାରୀ ନ ହେବା ଫଳରେ ଗରିବ ଲୋକମାନେ ମାଗଣାରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବାବେଳେ କୃଷି କ୍ଷେତ୍ରରେ ଯେଉଁ ସୁଫଳ ମିଳିବା କଥା, ସେସବୁ ଚାଷୀମାନଙ୍କୁ ମିଳିପାରୁନାହିଁ।

ମୋଦୀ କହିଛନ୍ତି, ଲାଭାର୍ଥୀମାନଙ୍କ ବ୍ୟାଙ୍କ ଖାତାକୁ ଏହି ଦୁଇଟି ଯୋଜନା ବାବଦ ଅର୍ଥ ସିଧାସଳଖ ପହଞ୍ଚିପାରୁଛି। ସିଣ୍ଡିକେଟ ଓ ଅନ୍ୟାନ୍ୟ ସଂସ୍ଥାକୁ କମିଶନ ମିଳିବ ନାହିଁ ବୋଲି ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ମୋଦୀ କହିଛନ୍ତି।

Comments are closed.