କାଶୀ ବିଶ୍ବନାଥ ମନ୍ଦିର କର୍ମଚାରୀଙ୍କ ପାଇଁ ୧୦୦ଯୋଡ଼ା ଝୋଟ ଜୋତା ପଠାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବାରାଣସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିରର କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ୧୦୦ ଯୋଡ଼ା ଝୋଟ ପ୍ରସ୍ତୁତ ଜୋତା ପଠାଇଛନ୍ତି। ପ୍ରବଳ ଥଣ୍ଡାରେ ସେମାନେ କାମ କରୁଥିବା ଓ ଏଥିପାଇଁ ଖୁବ୍‌ ଯନ୍ତ୍ରଣା ଭୋଗୁଥିବା ଜାଣିବା ପରେ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ମନ୍ଦିର ପରିସରରେ ଚମଡ଼ା କିମ୍ବା ରବର ପ୍ରସ୍ତୁତ ଜୋତା ବ୍ୟବହାର ହୋଇପାରୁ ନ ଥିବାରୁ ଝୋଟ ଜୋତା ଉପଯୋଗୀ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ଜୋତା ମନ୍ଦିରର ପୂଜକ, ସେବାକାରୀ, ସୁରକ୍ଷା ଓ ପରିମଳ କର୍ମଚାରୀଙ୍କ ସମେତ ସମସ୍ତେ ବ୍ୟବହାର କରିବେ। ଏହି ଜୋତାକୁ ମନ୍ଦିର ପ୍ରଶାସକ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି।

Comments are closed.