ଦେଶବାସୀଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ସମଗ୍ର ଦେଶରେ ମୁସଲମାନ ସଂପ୍ରଦାୟରେ ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରି ଇଦ ପର୍ବ ପାଳନ କରିବାକୁ ମୋଦୀ ଦେଶବାସୀଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ ଜରିଆରେ ଶୁଭେଚ୍ଛା ଜଣାଇବାର ସହ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ।