୩କୋଟି ଟପିଲା ମୋଦୀଙ୍କ ଇନଷ୍ଟାଗ୍ରାମ ଅନୁଗାମୀ ସଂଖ୍ୟା

ନୂଆଦିଲ୍ଲୀ:ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଗାମୀ ସଂଖ୍ୟା ରବିବାର ୩କୋଟି ଅତିକ୍ରମ କରିଛି। ଫଳରେ ରାଜନୈତିକ ନେତା ଭାବେ ମୋଦୀଙ୍କ ଇନଷ୍ଟାଗ୍ରାମ ଅନୁଗାମୀ ସଂଖ୍ୟା ବିଶ୍ବର ସର୍ବାଧିକ ହୋଇଛି। ମୋଦୀଙ୍କ ପଛକୁ ଅଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ୱିଡୋଡୋ ୨କୋଟି ୫୬ଲକ୍ଷ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ୨କୋଟି ୪୮ଲକ୍ଷ। ଟ୍ବିଟରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁଗାମୀଙ୍କ ସଂଖ୍ୟା ବିଶ୍ବରେ ସର୍ବାଧିକ ୬କୋଟି ୫୭ଲକ୍ଷ ରହିଥିବାବେଳେ ଏହି ସୋସିଆଲ ମିଡିଆରେ ମୋଦୀଙ୍କ ଅନୁଗାମୀ ସଂଖ୍ୟା ୫କୋଟି ୭ଲକ୍ଷ। ତେବେ ଇନଷ୍ଟାଗ୍ରାମରେ ଟ୍ରମ୍ପଙ୍କ ଅନୁଗାମୀ ସଂଖ୍ୟା ମାତ୍ର ୧କୋଟି ୪୯ଲକ୍ଷ। ଫେସବୁକ୍‌ରେ ମୋଦୀଙ୍କ ଅନୁଗାମୀ ସଂଖ୍ୟା ୪କୋଟି ୪୦ଲକ୍ଷ।

Comments are closed.