ଉଦ୍ଧବଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବଇ : ମହାରାଷ୍ଟ୍ରର ଉନ୍ନବିଂଶ ମୁଖ୍ୟମନ୍ତ୍ରୀଭାବେ ଗୁରୁବାର ସନ୍ଧ୍ୟାରେ ସେଣ୍ଟ୍ରାଲ୍‍ ମୁମ୍ବଇର  ଶିବାଜୀ ପାର୍କରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ଠାକରେ ଶିବସେନା-ଏନ୍‍ସିପି-କଂଗ୍ରେସ ମେଣ୍ଟ ସରକାରର ନେତୃତ୍ୱ ନେଇଛନ୍ତି। ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ଟ୍ବିଟ୍ କରି ଲେଖିଛନ୍ତି, ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଉଦ୍ଧବ ଠାକରେଙ୍କୁ ଅଭିନନ୍ଦନ। ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଯେ, ସେ ମହାରାଷ୍ଟ୍ରର ଉଜ୍ବଳ ଭବିଷ୍ୟତ ପାଇଁ ମନ ଲଗାଇ କାମକରିବେ।

Comments are closed.