ସାମୁଦ୍ରିକ ଝଡ ଫନୀର ମୁକାବିଲା : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ

ନୂଆଦିଲ୍ଲୀ :ସାମୁଦ୍ରିକ ଝଡ ଫନୀର ମୁକାବିଲା ଲାଗି ପ୍ରସ୍ତୁତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ଝଡର ସମ୍ଭାବ୍ୟ ଗତିପଥ ଏବଂ ଗ୍ରହଣ କରାଯାଇଥିବା ସତର୍କତାମୂଳକ ଓ ପ୍ରସ୍ତୁତି ପଦକ୍ଷେପ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଏତିରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଥିଲା। ଏନଡିଆରଏଫ ଓ ସଶସ୍ତ୍ର ସେନା ଦଳ ମୁତୟନ, ପାନୀୟ ଜଳ ବ୍ୟବସ୍ଥା ଏବଂ ଶକ୍ତି ଓ ଟେଲିକମ ସେବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା ଏବଂ ପ୍ରଚୁର ପରିମାଣର ସାଧନ ରଖାଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

ପରିସ୍ଥିତିର ସମୀକ୍ଷା କରିବା ପରେ ସତର୍କତାମୂଳକ ପଦକ୍ଷେପ ନିଶ୍ଚିତ କରିବା ଓ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥି ସହିତ ପ୍ରଭାବିତ ରାଜ୍ୟମାନଙ୍କର ପଦାଧିକାରୀଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ବରିଷ୍ଠ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କ୍ୟାବିନେଟ ସଚିବ,ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ ଏବଂ ଆଇଏମଡି,ଏନଡିଆରଏଫ, ଏନଡିଏମଏ ଓ ପିଏମଓର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ।

Comments are closed.