ସମାଜରେ ଶାନ୍ତି, ସଂହତି ଓ ଏକତା ବଜାୟ ରଖିବା ଲାଗି ବିଜେପି ସାଂସଦଙ୍କୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସାଂସଦମାନଙ୍କୁ ସମାଜରେ ଶାନ୍ତି, ସଂହତି ଓ ଏକତା ବଜାୟ ରଖିବା ଲାଗି ଆହ୍ୱାନ ଦେଇଛନ୍ତି। ଦେଶର ବିକାଶ ଦିଗରେ ଏସବୁର ଆବଶ୍ୟକତା ଥିବା ଶ୍ରୀ ମୋଦୀ କହିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ଜାତୀୟ ସ୍ୱାର୍ଥକୁ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି। କେତେକ ନେତା ଜାତୀୟ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ଯୋଶୀ ଗଣମାଧ୍ୟମକୁ କହିଥିଲେ। ରାଷ୍ଟ୍ରହିତ ​ସର୍ବୋପରି  ବୋଲି ପ୍ରଧାନମନ୍ତ୍ରୀ ଦଳୀୟ ସାଂସଦଙ୍କୁ କହିଛନ୍ତି।​

Comments are closed.