ସିଏଏକୁ ସମର୍ଥନ ଜଣାଇବା ପାଇଁ ମୋଦୀଙ୍କ ନିବେଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶବାସୀଙ୍କୁ ନିବେଦନ କରି କହିଛନ୍ତି, #indiasupportsCAA ମାଧ୍ୟମରେ ନାଗରିକତା ସଂଶୋଧନ ଆଇନକୁ ସେମାନଙ୍କର ସମର୍ଥନ ଜଣାନ୍ତୁ । ଟ୍ୱିଟ୍‍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସିଏଏ ଆଶ୍ରୟ ନେଇଥିବା ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବ। କିନ୍ତୁ ଏହାଦ୍ୱାରା କାହାର ନାଗରିକତା ଛଡ଼ାଇ ନିଆଯିବ ନାହିଁ।
ଅନ୍ୟ ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ ସିଏଏ ସମ୍ପର୍କରେ ବିଭିନ୍ନ ଦିଗ ବିଷୟରେ ବୁଝାଉଥିବା ସଦ୍‍ଗୁରୁଙ୍କର ଏକ ଭିଡ଼ିଓ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଭିଡିଓ ଆମର ସଂସ୍କୃତି ଓ ଭ୍ରାତୃଭାବର ଐତିହାସିକ ଦିଗକୁ ଦର୍ଶାଉଛି। ଭୁଲ୍‍ ଏବଂ ବିଭ୍ରାନ୍ତିକର ଗୋଷ୍ଠୀର ନ୍ୟସ୍ତସ୍ୱାର୍ଥକୁ ପ୍ରତିହତ କରିବାପାଇଁ ଶ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି।

Comments are closed.