କାଶ୍ମୀର ପଣ୍ଡିତଙ୍କ ଭିଟାମାଟି ଛାଡିବା ପଛରେ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନୀତି ଦାୟୀ – ମୋଦୀ

କାଶ୍ମୀର: ଭିଟାମାଟିରୁ ବିତାଡିତ ହୋଇଥିବା କାଶ୍ମୀର ପଣ୍ଡିତମାନଙ୍କୁ ସେମାନଙ୍କ ମୂଳ ସ୍ଥାନରେ ପୁର୍ନବାର ଥଇଥାନ କରିବା ପାଇଁ ବିଜେପି ଅଙ୍ଗୀକାରବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ରବିବାର ଜାମ୍ମୁ-କାଶ୍ମୀରର କଠୱାଠାରେ ଏକ ନିର୍ବାଚନ ସମାବେଶରେ ଉଦ୍‍ବୋଧନ ଦେଇ ସେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାଶ୍ମୀର ପଣ୍ଡିତଙ୍କ ଭିଟାମାଟି ଛାଡିବା ପଛରେ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନୀତି ଦାୟୀ। କଂଗ୍ରେସ, ନ୍ୟାସନାଲ କନ୍‍ଫରେନ୍ସ ଓ ପିଡିପିର ଭାରତବିରୋଧୀ ମନୋଭାବ ପଦାରେ ପଡିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବାର ରାଜନୀତିର ଅବସାନ ଘଟାଇବା ପାଇଁ ଭୋଟ୍‍ ଦେବା ବାବାସାହେବଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

Comments are closed.