MEllora 950×100

ଗୁଜରାଟରେ ମୋଦୀଙ୍କ ୫୦ କିମି ରୋଡ ଶୋ’

ଗାନ୍ଧିନଗର : ଗୁଜରାଟ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦ କିମି ରୋଡ ଶୋ କରିଛନ୍ତି। ମୋଦୀଙ୍କ ଏହି ଦୀର୍ଘତମ ରୋଡ ଶୋ’ ରେକର୍ଡ କରିଛି। ପୂର୍ବରୁ ଦେଶର କୌଣସି ରାଜନେତା ନିର୍ବାଚନ ପ୍ରଚାର ନିମନ୍ତେ ଏତେ ଲମ୍ବା ରୋଡ ଶୋ’ କରିଥିବା ନଜିର ନାହିଁ। ଗୁରୁବାର ମୋଦୀଙ୍କ ରୋଡ ଶୋ’ ନରୋଦା ଡ୍ୟାମ୍‌ରୁ ଆରମ୍ଭ ହୋଇ ଗାନ୍ଧିନଗରରେ ଶେଷ ହୋଇଥିଲା। ରୋଡ ଶୋ’ କାଳରେ ରାସ୍ତାକଡରେ ବହୁସଂଖ୍ୟାରେ ଲୋକ ଠିଆ ହୋଇ ମୋଦୀଙ୍କୁ ସ୍ବାଗତ କରିବା ପୂର୍ବକ ଫୁଲ ପକାଇଥିଲେ ଓ ବାଣ ଫୁଟାଇଥିଲେ। ବାଟସାରା ଲୋକେ ମୋଦୀ… ମୋଦୀ.. ସ୍ଲୋଗାନ ଦେଇଥିଲେ। ରୋଡ ସୋ କାଳରେ ମୋଦୀ ୩୫ଟି ସ୍ଥାନରେ ଅଟକି ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରମୁଖଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ରୋଡ ସୋ ସମୟରେ ଏକ ଆମ୍ବୁଲାନ୍ସ ଆସିବାରୁ ମୋଦୀ ତାଙ୍କ ଯାତ୍ରା ଅଟକାଇବା ପୂର୍ବକ ଆମ୍ବୁଲାନ୍ସକୁ ବାଟ ଛାଡିଥିଲେ। ମୋଦୀଙ୍କ ଏହି ରୋଡ ଶୋ’ ୧୬ଟି ନିର୍ବାଚନମଣ୍ଡଳୀ ଦେଇ ଗତି କରିଥିଲା। ଏଥିପାଇଁ ସାଢେ ତିନି ଘଣ୍ଟା ଲାଗିଥିଲା। ଡିସେମ୍ବର ୫ରେ ଏହିସବୁ ନିର୍ବାଚନମଣ୍ଡଳୀ ସମେତ ୯୩ଟି ଆସନରେ ଭୋଟ ଗ୍ରହଣ ହେବ।

Comments are closed.