ଏକ ବର୍ଷ ମଧ୍ୟରେ ୨୫ଟି ସହର ଏବଂ ଗ୍ରାମର ନାମ ପରିବର୍ତ୍ତନ କରିଛନ୍ତି ମୋଦୀ ସରକାର

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗତ ଏକ ବର୍ଷ ମଧ୍ୟରେ ୨୫ ସହର ଏବଂ ଗ୍ରାମର ନାମ ପରିବର୍ତ୍ତନ କରିଥିବା ଜଣାପଡିଛି। ଏହାବ୍ୟତୀତ ଆହୁରି ଅନେକ ନାମ ପରିବର୍ତ୍ତନ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥି ମଧ୍ୟରେ ପଶ୍ଚିମବଙ୍ଗର ନାମ ବଙ୍ଗଳା କରାଯିବାର ପ୍ରସ୍ତାବ ରହିଛି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ସୂଚନା ଅନୁସାରେ ଇଲହାବାଦର ନାମ ପ୍ରୟାଗରାଜ ଏବଂ ଫୌଜାବାଦର ନାମ ଅଯୋଧ୍ୟାକୁ ପରିବର୍ତ୍ତନ କରିବା ନେଇ ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା  କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କ ପାଖକୁ ପଠାଯାଇନାହିଁ।
ସୂଚନାଯୋଗ୍ୟ ଯେ ଗୋଟିଏ ରାଜ୍ୟର ନାମ ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନ କରାଯାଉଥିବାବେଳେ କୌଣସି ରାଜ୍ୟର ସହରର କିମ୍ବା ଗାଁର ନାମ ପରିବର୍ତ୍ତନ ପାଇଁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶର ଆବଶ୍ୟକତା ରହିଥାଏ। ଅନ୍ୟପକ୍ଷରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ କହିବା ଅନୁସାରେ ଅହମ୍ମଦାବାଦର ନାମ ପରିବର୍ତ୍ତନ କରାଯାଇ କର୍ଣ୍ଣବର୍ତ୍ତୀ କରାଯିବାର ଯୋଜନା କରାଯାଉଛି। ଯାହା ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରାଯାଇପାରେ।

Leave A Reply