ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କନ୍ୟାକୁମାରୀରୁ ଅଯୋଧ୍ୟା ପର୍ଯ୍ୟନ୍ତ ହେବ ରୋଡ଼ ଶୋ’

ଦେବଗଡ଼ : ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ କନ୍ୟାକୁମାରୀରୁ ଅଯୋଧ୍ୟା ପର୍ଯ୍ୟନ୍ତ ରୋଡଶୋ’ କରାଯିବ। ଏହାର ପୂର୍ବଦିନ ୧୬ ତାରିଖ ପୂର୍ବାହ୍ଣ ୧୧ଟାରେ ବିଶ୍ୱର ୭୦ଟି ଦେଶରୁ ଆସିଥିବା ମୋଦୀଜୀଙ୍କ ଜନ୍ମଦିନର ଭିଡିଓ ଶୁଭେଚ୍ଛା ବାର୍ତ୍ତା (୭୦ ମିନିଟ ଅବଧିର ଡକ୍ୟୁମେଣ୍ଟାରୀ)କୁ ୟୁକେ, ଥାଇଲାଣ୍ଡ, ସିଙ୍ଗାପୁର ଓ ନେପାଳ ଦେଶ ସମେତ ଭାରତର ୭୦ଟି ସ୍ଥାନରେ ଏକକାଳୀନ ପ୍ରଦର୍ଶିତ କରାଯିବ ବୋଲି ଲିଗାଲ ରାଇଟ୍ସ କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ରାଜ୍ୟ ମୁଖ୍ୟ ତଥା ଦେବଗଡ଼ ରାଜପରିବାରର ସଦସ୍ୟା ଅରୁନ୍ଧତୀ କୁମାରୀ ଦେବୀ ସୂଚନା ଦେଇଛନ୍ତି।
ଏକ ପ୍ରେସ ବିବୃତିରେ ଅରୁନ୍ଧତୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ଜନ୍ମ ଦିବସକୁ ଲିଗାଲ ରାଇଟ୍ସ କାଉନସିଲ ଅଫ ଇଣ୍ଡିଆ ବିଶ୍ୱବାସୀଙ୍କ ସହ ପାଳନ କରୁଛି। ଏହି ଉପଲକ୍ଷେ ଆଗାମୀ ୧୭ ତାରିଖରେ ରାମେଶ୍ୱରମ୍‌ କନ୍ୟାକୁମାରୀ ଠାରୁ ରୋଡ ଶୋ’ ବାହାରି ୧୦ଟି ରାଜ୍ୟ ପାରିହୋଇ ୨୧ ଦିନର ଯାତ୍ରାରେ ଅଯୋଧ୍ୟାରେ ପହଂଚିବ। ସେଠାରେ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ କରାଯିବା ସହ ୬୦୦ କିଲୋଗ୍ରାମର ଏକ ଘଣ୍ଟି ପ୍ରଦାନ କରାଯିବ ା

Comments are closed.