ପ୍ରଧାନମନ୍ତ୍ରୀ ପଦରେ ୬ବର୍ଷ ପୂରଣ କଲେ ମୋଦୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି କ୍ଷମତାରେ କ୍ରମାଗତ ୬ ବର୍ଷ ପୂରଣ କରିଛି। ଏଥିସହିତ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ମଧ୍ୟ ୬ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ସହିତ ମଇ ୧୬ରେ ମୋଦୀ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିଜୟ ହାସଲ କରି ମୋଦୀ ଦ୍ବିତୀୟ ଥର ପାଇଁ ମଇ ୩୦ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଥମ ଦଫାରେ ତାଙ୍କ ଦଳ ଲୋକସଭାରେ ୨୮୨ ଆସନରେ ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ଦଫାରେ ମୋଦୀଙ୍କ ନେତୃତ୍ବ ଯୋଗୁଁ ଆସନ ସଂଖ୍ୟା ୩୦୩କୁ ବୃଦ୍ଧି ପାଇଥିଲା।

Comments are closed.