କରୋନା ମୁକାବିଲା – ଗଠନ ହେଲା ୧୦ଟି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି

ସମାଜ ପୋର୍ଟାଲ ଡେସ୍କ:ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୦ଟି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି। ଏହି କମିଟି ୬୮ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ପି.କେ. ମିଶ୍ର ସମସ୍ତ କମିଟିର ନେତୃତ୍ୱ ନେବେ ବୋଲି ଜଣାପଡିଛି।

ଏହି କମିଟିଗୁଡିକ କରୋନା ମହାମାରୀର ପ୍ରଭାବକୁ ନିୟନ୍ତ୍ରଣ କରିବା, ଲକ୍‍ ଡାଉନ ଜନିତ ସମସ୍ୟା ଓ ଲକ୍‍ ଡାଉନ ପରବର୍ତ୍ତୀ ଆର୍ଥିକ ସ୍ଥିତିର ସମାଧାନ ଦିଗରେ କାର୍ଯ୍ୟ କରିବେ। ସମସ୍ତ ଗଠିତ କମିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମୋଦନ କରିଛନ୍ତି।

Comments are closed.