ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି : ପିଏମ୍ କିଷାନ ଯୋଜନା ଦ୍ୱାରା ଉପକୃତ ହେବେ ଦେଶର ପ୍ରତ୍ୟେକ ଚାଷୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ୨ୟ ଥର ପାଇଁ କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ କୃଷକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରିସର ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଣିକି ଦେଶର ପ୍ରତ୍ୟେକ ଚାଷୀ ଏହି ଯୋଜନା ଦ୍ୱାରା ଉପକୃତ ହେବେ ।

ପୂର୍ବରୁ ଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୨ କୋଟି ଚାଷୀଙ୍କୁ ସାମିଲ କରାଯାଇଥିଲେ । ଏବେ ଏହି ଯୋଜନାରେ ଦେଶର ୧୪.୫ କୋଟି ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ। ପ୍ରତ୍ୟେକ କୃଷକଙ୍କୁ ବର୍ଷକୁ ୬୦୦୦ ଟଙ୍କା ମିଳିବ। ଏହା ବ୍ୟତୀତ ଚାଷୀଙ୍କ ପାଇଁ ପେନସନ ଯୋଜନା ମଧ୍ୟ ଘୋଷଣା କରାଯାଇଛି । ସେହିପରି ଏହି ଯୋଜନାର ଲାଭ ପାଇବା ପାଇଁ  ୫ ହେକ୍ଟର ଜମି ଥିବା ସର୍ତ୍ତକୁ ମଧ୍ୟ ହଟାଇ ଦିଆଯାଇଛି । ଅନ୍ୟପକ୍ଷରେ ୬୦ ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ବର୍ଷକୁ ୩ହଜାର ଟଙ୍କାର ପେନସନ୍ ମିଳିବ। ପେନସନ ଯୋଜନାରେ କୃଷକ ଓ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ। 

ସେହିପରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ଆଜିର ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ  ପେନସନ୍ ଲାଗୁ ହେବ। ଏହି ଯୋଜନା ଦ୍ବାରା ପ୍ରାୟ ୩ କୋଟି କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ।

 

Comments are closed.