ମୋଦୀ-ଜମ୍ମୁକଶ୍ମୀର ନେତାଙ୍କ ବୈଠକ: କଣ କହିଛନ୍ତି ଅନ୍ୟ ନେତୃବୃନ୍ଦ

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ:
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜମ୍ମୁକାଶ୍ମୀରର ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକ ପରେ ରାଜ୍ୟ ମାନ୍ୟତା ଦେବା ନେଇ ଦାବି ଜୋର ଧରିଛି। ବୈଠକରେ ଉପସ୍ଥିତ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ଆଜିର ବୈଠକ ଶେଷ ହୋଇଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାର ପାଳନ ପ୍ରତି ନେତାମାନେ ଜୋର ଦେଇଛନ୍ତି। ଜମ୍ମୁକାଶ୍ମୀରରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ଦୃଢ କରିବା ଉପରେ ସମସ୍ତେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଜମ୍ମୁକାଶ୍ମୀରର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶୃତିବଦ୍ଧ। ସଂସଦରେ ଘୋଷଣା କରାଯାଇଥିବା ପ୍ରତିଶୃତି ମୁତାବକ ସୀମା ନିର୍ଦ୍ଧାରଣ ଓ ନିର୍ବାଚନ ପରେ ରାଜ୍ୟ ମାନ୍ୟତା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ନେସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା:
ଆମେ ପ୍ରଧାନମନ୍ତ୍ରୀଙ୍କୁ କହିଲୁ ଯେ ୨୦୧୯ ଅଗଷ୍ଟ ୫ରେ ଯାହା ହେଲା ସେଥିରେ ଆମେ ଏକମତ ନାହୁଁ। ସେହି ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଆମେ ରାଜି ନାହୁଁ। କିନ୍ତୁ ଆଇନ ଅମାନ୍ୟ କରି ଲଢେଇ ନ କରି ଆମେ କୋର୍ଟରେ ଲଢ଼ିବୁ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବୁଝାମଣା ଅଭାବରୁ ସୃଷ୍ଟି ହେଉଥିବା ଅସୁବିଧା ଦୂର ପାଇଁ କେନ୍ଦ୍ର ସରକାର ଚେଷ୍ଟା କରିବା ଆବଶ୍ୟକ ଉପରେ ଆମେ ଗୁରୁତ୍ୱ ଦେବାକୁ ଆଜିର ବୈଠକରେ ଆମେ ଗୁରୁତ୍ୱ ଦେଇଛୁ। ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜ୍ୟ ମାନ୍ୟତା ଦେବା କଥା କହିଛନ୍ତି।

କଂଗ୍ରେସ ନେତା ଗୁଲାମ ଅହମଦ ମୀର:
ସଫଳ ବୈଠକ ଥିଲା ଏବଂ ଉଚିତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ସମସ୍ତ ନେତାଙ୍କ କଥା ଶୁଣିଲେ ଓ ଏ ଦିଗରେ ଆଗକୁ ଆସିବାକୁ ଆହ୍ୱାନ ଦେଇଛନ୍ତି।

ନିର୍ମଳ ସିଂ, ବିଜେପି:
ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଏକ ହୋଇ ଜମ୍ମୁକାଶ୍ମୀରର ବିକାଶ ପାଇଁ ଆଗେଇ ଆସିବକି ଆହ୍ୱାନ ଦେଇଛନ୍ତି ଯାହା ଫଳରେ ସେଠାରେ ଶାନ୍ତି ସ୍ଥାପନ ହୋଇପାରିବ।

ଅଲତାଫ ବୁଖାରି, ଜମ୍ମୁକାଶ୍ମୀର ଆପନୀ ପାର୍ଟି:
ପ୍ରଧାନମନ୍ତ୍ରୀ କହିଛନ୍ତି ସୀମା ନିର୍ଦ୍ଧାରଣ ପରେ ତୁରନ୍ତ ନିର୍ବାଚନ କରାଯିବ ଓ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟ ମାନ୍ୟତା ବିଷୟ ପ୍ରତି ସଚେତନ ଅଛନ୍ତି।

ରବିନ୍ଦର ରାଇନା, ଜାମ୍ମୁ କାଶ୍ମୀର ବିଜେପି ମୁଖ୍ୟ:
ପ୍ରଧାନମନ୍ତ୍ରୀ ଆଜି ବୈଠକରେ ସମସ୍ତଙ୍କ ମତାମତ ଓ ପରାମର୍ଶ ଶୁଣିଲେ ଓ ଜମ୍ମୁକାଶ୍ମୀର ଲୋକଙ୍କ ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Comments
Loading...