ଜାମ୍ମୁ-କାଶ୍ମୀର୍‍ ଅଧିବାସୀଙ୍କ ପାଇଁ ଆରମ୍ଭ ହେବ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମ

ଜାମ୍ମୁ-କାଶ୍ମୀର୍‍ର ସମସ୍ତ ଅଧିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଯୋଜନା ମାଧ୍ୟମରେ ସମସ୍ତ ବ୍ୟକ୍ତି ଓ ସମ୍ପ୍ରଦାୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସହ ଅର୍ଥନୈତିକ ସୁରକ୍ଷା ଏବଂ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ।

ଏହି ଯୋଜନା ମାଧ୍ୟମରେ ଜାମ୍ମୁ-କାଶ୍ମୀର୍‍ର ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବୀମା ସୁବିଧା ଯୋଗାଇ ଦେବ। ପିଏମ୍‍-ଜୟ ଅସ୍ତ୍ରୋପଚାର ପାଇଁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରିବ। ଦେଶବ୍ୟାପୀ ପିଏମ୍‍-ଜୟ ଯୋଜନା ଅଧୀନରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍‍ଗୁଡ଼ିକ ଏହି ସେବା ଯୋଗାଇ ଦେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ଏବଂ ଜାମ୍ମୁ-କାଶ୍ମୀର୍‍ ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଅବସରରେ ଉପସ୍ଥିତ ରହିବେ।

Comments are closed.