ଆଜି ଭାରତର ଅର୍ଥ ସଂସ୍କାର, ସମ୍ପାଦନ ଏବଂ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ବୁଧବାର ଦେଶର ୭୨ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇଛନ୍ତି। ଲାଲକିଲ୍ଲାରୁ ନିଜ ପାଞ୍ଚବର୍ଷିଆ କାର୍ଯ୍ୟକାଳର ଶେଷ ଉଦ୍‍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ତାଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ୪ ବର୍ଷର ସଫଳତା ଓ ଉପଲବ୍ଧି ଗଣାଇଥିଲେ। ୧ ଘଣ୍ଟା ୨୨ ମିନିଟ୍‍ର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ସରକାରଙ୍କ ବିଭିନ୍ନ ଯୋଜନା, ନୀତିଗତ ନିଷ୍ପତ୍ତି, ଗରିବ କଲ୍ୟାଣ ପାଇଁ ସଂକଳ୍ପବଦ୍ଧତା, ଦେଶର ବିକାଶ, ସରକାରଙ୍କ ନିଷ୍ଠାପରତା ଓ ଆନ୍ତରିକତାପୂର୍ଣ୍ଣ ଆଭିମୁଖ୍ୟ ବିଷୟରେ କହିଥିଲେ। ଏହାସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଥିଲେ। ମୋଦୀ କହିଥିଲେ ଆଜିକା ଭାରତର ଅର୍ଥ ସଂସ୍କାର, ସମ୍ପାଦନ ଓ ପରିବର୍ତ୍ତନ। ଏହି ୩ ନୀତିକୁ ଧରି ଭାରତ ଆଗକୁ ବଢିବ ଓ ବିକାଶ ପଥରେ ଆଗେଇ ଚାଲିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ରୁ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରୁ ଦେଶରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବ ବୋଲି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା ‘ଆୟୁଷ୍ମାନ ଭାରତ ଯୋଜନା’ରେ ୧୦ କୋଟି ପରିବାର ଉପକୃତ ହେବେ। ପାଖାପାଖି ୫୦ କୋଟି ନାଗରିକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏହି ସଂଖ୍ୟା ଆମେରିକା, କାନାଡ଼ ଏବଂ ମେକ୍ସିକୋ ଭଳି ଦେଶଠାରୁ ବି ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶ ସଚ୍ଚୋଟତାର ଉତ୍ସବ ପାଳନ କରୁଛି। ଯୋଜନାରେ ଯଦି କାହାକୁ ପୁଣ୍ୟ ମିଳେ, ତେବେ ସରକାରଙ୍କୁ ନୁହେଁ ସଚ୍ଛୋଟ କରଦାତାଙ୍କୁ ମିଳିବ। ତେଣୁ କଳାଧନଧାରୀଙ୍କୁ ଛଡ଼ାଯିବ ନାହିଁ। ୨୦୧୩ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ କରଦାତାଙ୍କ ସଂଖ୍ୟା ମାତ୍ର ୪ କୋଟି ଥିଲା। ଏବେ ଏଡା ବଢି ୭ କୋଟି ୪୫ ଲକ୍ଷରେ ପହଞ୍ଚିଛି। ଆମ ପୂର୍ବ ସରକାରଙ୍କ ଲୋକଙ୍କୁ ଅର୍ଥ ଦେଉଥିଲେ। କିନ୍ତୁ ଏହା ଜନତାଙ୍କ ନିକଟରେ ପହଞ୍ଚୁନଥିଲା। ପ୍ରାୟ ୬ କୋଟି ଲୋକ ଏଭଳି ଥିଲେ ଯେଉଁମାନେ କେବେ ଜନ୍ମ ହୋଇନଥିଲେ। ସେମାନଙ୍କ ନାମରେ ସରକାରୀ ଅର୍ଥକୁ ଲୁଟ୍‍ କରାଯାଉଥିଲା। ଏହି ଦୁର୍ନୀତିକୁ ଆମ ସରକାର ଅଟକାଇଛନ୍ତି। ଏଥିରୁ ସରକାର ୯୦ ହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ବେଳେ ଅନେକ ଲୋକ ଏହାର ସମାଲୋଚନା କରିଥିଷଲ। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‍ଓ) ରିପୋର୍ଟ ଅନୁସାରେ ସ୍ୱଚ୍ଛତା ଅଭିଯାନ ଯୋଗୁଁ ୩ ଲକ୍ଷ ଶିଶୁଙ୍କୁ ରକ୍ଷା କରାଯାଇପାରିଛି। ଗାନ୍ଧିଜୀଙ୍କ ପ୍ରେରଣାରୁ ଏହି ଅଭିଯାନ ଆରମ୍ଭ କରାରଯାଇଛି ଓ ବାପୁଙ୍କ ସ୍ୱପ୍ନକୁ ପୂରଣ କରାଯିବ। କୃଷିକୁ ଆଧୁନିକକରଣ କରିବାକୁ ପଡ଼ିବ। ସୋଲାର ଫାର୍ମିଂ, ନୀଳ ବିପ୍ଳବ, ଅର୍ଗାନିକ ଫାର୍ମି ଭଳି ନୂଆ କୃଷି କୌଶଳକୁ ଆପଣାଇବାର ଆବଶ୍ୟକତା ରହିଛି। ‘ବୀଜରୁ ବଜାର ପର୍ଯ୍ୟନ୍ତ’ ସଂସ୍କାର କରାଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିରୋଧୀଙ୍କୁ ସମାଲୋଚନା କରି ମୋଦୀ କହିଥିଲେ ଯେ ଲହୁଣୀ ଉପରେ କେହି ବି ରେଖା ଟାଣିପାରିବ। ହେଲେ ପଥର ଉପରେ ରେଖା ଟାଣିବାକୁ ଝାଳ ବୋହିବାକୁ ପଡ଼ିବ। ଆମ ସରକାର ଝାଳ ବୁହାଇଛି। ୨୦୨୨ ଅର୍ଥାତ ଦେଶ ସ୍ୱାଧୀନତାର ୭୫ ବର୍ଷ କିମ୍ବା ଏହା ପୂର୍ବରୁ ଭାରତ ମହାକାଶରେ ତ୍ରିରଙ୍ଗା ଉଡ଼ାଇବ। ଭାରତ ନିଜ ବୈଜ୍ଞାନିକଙ୍କୁ ନେଇ ଗର୍ବିତ। ଦେଶରେ ଏପର୍ଯ୍ୟନ୍ତ ୧୩ କୋଟି ଯୁବକଙ୍କୁ ମୁଦ୍ରା ଋଣ ଦିଆଯାଇଛି। ଏହା ମଧ୍ୟରେ କେବଳ ୪ କୋଟି ନୂଆ ଋଣଗ୍ରହିତା ଅଛନ୍ତି। ଦେଶରେ ଭିତ୍ତିଭୂମି ବିକାଶର ଗତି ବଢିଛି। ଏବେ ଭାରତର ଉପରେ ବିଶ୍ୱର ନଜର ରହିଛି। ୨୦୧୪ ପରେ ସ୍ଥିତି ବଦଳିଛି।

ନିଜ ଅଭିଭାଷଣ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ କବିତା ଆବୃତ୍ତି କରିଥିଲେ
“ଆପନେ ମନ ମେ ଏକ ଲକ୍ଷ୍ୟ ଲିଏ, ମଂଜିଲ ଆପନି ପ୍ରତ୍ୟକ୍ଷ ଲିଏ ହମ ତୋଡ଼ ରହେ ହେ ଜଂଜିରେ। ହମ ବଦଲ ରହେ ହେ ତସ୍‍ବିରେ, ୟେ ନବ ଯୁଗ ହେ, ନବ ଭାରତ ହେ..ଖୁଦ୍‍ ଲିଖେିଗେଂ ଆପନି ତକ୍‍ଦିରେ। ହମ ନିକଲ ପଡେ ହେଁ ପ୍ରଣ କରକେ, ଆପନା ତନ ମନ ଅର୍ପଣ କରକେ, ଜିଦ ହେ ଏକ ସୂର୍ଯ୍ୟ ଉଗାନା ହେ। ଅମ୍ବର ସେ ଉଚ୍ଚା ଜାନା ହେ, ଏକ ଭାରତ ନୟା ବନାନା ହେ..ଏକ ଭାରତ ନେୟା ବନାନା ହେ।”

Leave A Reply