ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ପରେ ଇମ୍ରାନ୍‌ ଖାନ୍ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ (୬୭) କରୋନାରେ ସଂକ୍ରମିତ ବୋଲି ତାଙ୍କ ଡାକ୍ତର ଫୈଜଲ ସୁଲତାନ ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୯ରେ ଇମ୍ରାନ କୋଭିଡର ପ୍ରଥମ ଡୋଜ ଟିକା ନେଇଥିଲେ। ଏହାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କୋଭିଡ ନିୟମ ଅନୁଯାୟୀ ସେ ଏବେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ବୋଲି ଡାକ୍ତର ଫୈଜଲ ସୁଲତାନ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି।

Comments are closed.