୧୦୦ କୋଟି ପାନ ଟିକାକରଣ ଅବସରରେ ଡାକ୍ତର ଓ ନର୍ସଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୧୦୦ କୋଟି ପାନ ଟିକାକରଣ କିର୍ତ୍ତିମାନ ହାସଲ ଦିଗରେ ଅନବରତ କାର୍ଯ୍ୟ କରିଥିବା ଆମ ଡାକ୍ତର, ନର୍ସ ଏବଂ ଅନ୍ୟ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।

ଏକ ଟ୍ଵିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ; “ଇତିହାସ ରଚିଲା ଭାରତ।

ଏହା ଆମର ବିଜ୍ଞାନ, ଉଦ୍ୟୋଗ ଏବଂ ୧୩୦ କୋଟି ଭାରତୀୟଙ୍କ ସାମୂହିକ ଉଦ୍ୟମର ବିଜୟ।

୧୦୦ କୋଟି ଡୋଜ ଟିକାକରଣର ମାଇଲ ଖୁଣ୍ଟ ଅତିକ୍ରମ କରିଥିବାରୁ ଭାରତକୁ ଅଭିନନ୍ଦନ। ଆମ ଡାକ୍ତର, ନର୍ସ ଏବଂ ଏହି ସଫଳତା ହାସଲ କରିବା ଦିଗରେ ଉଦ୍ୟମ କରିଥିବା ସମସ୍ତଙ୍କୁ କୃତଜ୍ଞତା।

 

Comments are closed.