ପିଏମ୍‍ କେୟାର୍ସ ପାଣ୍ଠିରୁ କିଣାଯିବ ଅକ୍ସିକେୟାର୍‍ ବ୍ୟବସ୍ଥା

ଡିଆର୍‍ଡିଓ ଦ୍ୱାରା ବିକଶିତ ଅକ୍ସିକେୟାର୍‍ ବ୍ୟବସ୍ଥା

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ(ଡିଆର୍‍ଡିଓ) ଦ୍ୱାରା ବିକଶିତ ଦେଢ଼ ଲକ୍ଷ ଅକ୍ସିକେୟାର୍‍ ବ୍ୟବସ୍ଥା କିଣିବା ପାଇଁ ପି.ଏମ୍‍. କେୟାର୍ସ ପାଣ୍ଠିରୁ ୩୨୨ କୋଟି ଟଙ୍କା ଦିଆଯାଇଛି। ଅକ୍ସିକେୟାର ହେଉଛି ଏସ୍‍ପିଓ-୨ ଭିତ୍ତିକ ଅକ୍ସିଜେନ୍‍ ଯୋଗାଣ ବ୍ୟବସ୍ଥା, ଯାହା ରୋଗୀମାନଙ୍କ ଅକ୍ସିଜେନ୍‍ ସ୍ତରକୁ ନିୟନ୍ତ୍ରିତ କରିଥାଏ। ଏହି ଅର୍ଥରେ ଡିଆର୍‍ଡିଓ ୧ ଲକ୍ଷ ମାନୁଆଲ୍‍ ଓ ୫୦ ହଜାର ସ୍ୱୟଂଚାଳିତ ଅକ୍ସିକେୟାର ବ୍ୟବସ୍ଥା ଯୋଗାଇଦେବ।

 

Comments are closed.