ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜେପିର ବୃକ୍ଷରୋପଣ

ଫୁଲବାଣୀ/ବାଲିଗୁଡ଼ା:ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ ଅବସରରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ବ୍ରହାମଣୀ ଦେବୀ ମନ୍ଦିର ପରିସରରେ ୭୦ଟି ଅଁଳା ଓ ଲିମ୍ବ ଗଛ ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ଦଳର ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ଭଗବାନ ମହାନ୍ତି, ଦେବନାରାୟଣ ପ୍ରଧାନ, ରମେଶ ମହାନ୍ତି, ସୁଧାଂଶୁ ଗୁରୁ, ପରେସ ମହାପାତ୍ର, ବିଶ୍ୱରଂଜନ ଦାଶ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ବାଲିଗୁଡ଼ା ଠାରେ ବାଲିଗୁଡା ବିଜେପି ତରଫରୁ ସେବା ସପ୍ତାହ ପାଳନ କରାଯାଇଛି। ଏହି  ଅବସରରେ ବିଜେପିର କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ଅଦକ୍ଷତାରେ ବାଲିଗୁଡା ନଗରର ବିଭିନ୍ନ ସ୍ଥାନରେ ଏକ ଶହରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି। ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଚାରାର ରକ୍ଷଣ ବେକ୍ଷଣ ଓ ଗଛ କିଭଳି ବଢିବ ତାହାର ଦାୟିତ୍ୱ ଯୁବମୋର୍ଚ୍ଚା ନେଇଛନ୍ତି। ଶୁକ୍ରବାର ଉପଖଣ୍ଡ ଚିକିସରାଳୟ ପରିସରରେ ରୋଗୀ ମାନଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ ସହ ରକ୍ତଦାନ ଶିବିର ଆୟୋଜନ କରିବାର ଦଳ ତରଫରୁ ନିଷ୍ପତି ନିଆଯାଇଛି।

Comments are closed.