ପ୍ରୟାଗରାଜରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ

0

ପ୍ରୟାଗରାଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉତ୍ତରପ୍ରଦେଶ ଗ୍ରସ୍ତ ଅବସରରେ ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳାର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ କୁମ୍ଭ ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜଳ ଓ ପରିମଳ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିମଳ ପରିଚାଳନାରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ସଫାଇ କର୍ମଚାରୀ, ପୁଲିସ କର୍ମଚାରୀ ଓ ନାବିକମାନଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ଉତ୍ତରପ୍ରଦେଶରେ ‘କିଶାନ ସମ୍ମାନନିଧି ଯୋଜନା’ର ଶୁଭାରମ୍ଭ କରିଛନ୍ତି।

Leave A Reply