ଆଜି ଅହରାହ୍ନ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ତରଙ୍ଗ ଜାରି ରହିଛି। ମାତ୍ର ପୂର୍ବରୁ ଦୈନିକ ୪ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏଥିରେ ହ୍ରାସ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ଅନେକ ସ୍ଥାନରେ କରୋନା କଟକଣାରୁ ମୁକ୍ତ କରାଯିବା ସହ ଅନ-ଲକ୍‍ ପ୍ରକ୍ରିୟା ଆରମ୍ଭ ହେଉଛି। ଏହାମଧ୍ୟରେ ଆଜି ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଟ୍ୱିଟ କରାଯାଇଛି।
ଏହି ଅନ-ଲକ୍‍ ପ୍ରକିୟା ମଧ୍ୟରେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ସାବଧାନ ଓ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରିବା ସହ କରୋନା ଟିକାକୁ ନେଇ କିଛି ସନ୍ଦେଶ ଦେବେ।

Comments are closed.