ରୁଆଣ୍ଡାକୁ ୨୦୦ ନିୟୁତ ଡଲାର ଋଣ ଦେବ ଭାରତ

0

କିଗାଲି: ଭାରତ ସୋମବାର ରୁଆଣ୍ଡାକୁ ୨୦୦ ନିୟୁତ ଡଲାର ଋଣ ମଞ୍ଜୁର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଆଣ୍ଡା ଗସ୍ତ ଅବସରରେ ଏହି ଘୋଷଣା କରିଛନ୍ତି। ବାଣିଜ୍ୟ ଓ କୃଷି ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗ ପାଇଁ ରୁଆଣ୍ଡା ରାଷ୍ଟ୍ରପତି ପଲ୍‍ କାଗାମେଙ୍କ ଓ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଛି।
ରୁଆଣ୍ଡାକୁ ଦୁଇଟି ପର୍ଯ୍ୟାୟରେ ଏହି ଋଣ ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ରୁଆଣ୍ଡାରେ ଶିଳ୍ପାଞ୍ଚଳ ଓ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‍ ନିର୍ମାଣ ପାଇଁ ୧୦୦ ନିୟୁତ ଡଲାର ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେଠାକାର କୃଷି ବିକାଶ ପାଇଁ ଆଉ ୧୦୦ ନିୟୁତ ଡଲାର ଋଣ ଯୋଗାଇ ଦିଆଯିବ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପୂର୍ବ ଆଫ୍ରିକୀୟ ଦେଶ ସମୂହକୁ ଗସ୍ତ କରିଛନ୍ତି।
ଏହି ଗସ୍ତ ଅବସରରେ ସେ ପ୍ରଥମେ ରୁଆଣ୍ଡାରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ଥିବା ଭାରତୀୟ ଶିଳ୍ପୋଦ୍ୟୋଗୀ ଓ ବ୍ୟବସାୟୀଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ବିଦେଶରେ ରହୁଥିବା ଭାରତୀୟମାନେ ହିଁ ଦେଶର ପ୍ରକୃତ ରାଷ୍ଟ୍ରଦୂତ ବୋଲି ଏହି ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।

Leave A Reply