+୨ ପ୍ରଥମରୁ ଦ୍ବିତୀୟ ବର୍ଷ ଉତ୍ତୀର୍ଣ୍ଣ ପାଇଁ ହେବ ‘ରିଟେଷ୍ଟ’

ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ +୨ ଜୁନିୟର କଲେଜରେ ପଢୁଥିବା +୨ ପ୍ରଥମ ବର୍ଷରୁ ଦ୍ବିତୀୟ ବର୍ଷ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶରୁ ଦ୍ବାଦଶ ଶ୍ରେଣୀକୁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସର୍ତ୍ତମୂଳକ ଉତ୍ତୀର୍ଣ୍ଣ କରାଯାଇଛି। ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବା ନେଇ ବ୍ୟବସ୍ଥା ହୋଇଛି। +୨ ଜୁନିୟର କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯଦି କୌଣସି କାରଣରୁ ପରୀକ୍ଷା ହୋଇନଥିବ ତାହେଲେ ‘ରିଟେଷ୍ଟ’ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

Comments are closed.